ସ୍କାନରରେ ପୁରୀ ଝିଅ ପ୍ରିୟଙ୍କା ! ଆଗ ଦେଶ, ଝିଅ ପଛ…ଯଦି କିଛି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ

purilink
purilink

ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତିଙ୍କ ଭିତରେ ସନ୍ଦିଗ୍ଧ ସମ୍ପର୍କ ଶ୍ରୀମନ୍ଦିର ତଥ୍ୟ ଲିକ୍ ଓ ପାକିସ୍ତାନ ଯାତ୍ରା ନେଇ ଚର୍ଚ୍ଚା ତୀବ୍ର

2024 ବିତିତ ସେପ୍ଟେମ୍ବରରେ ପୁରୀ ଆସିଥିବା ୟୁଟ୍ୟୁବ ଭ୍ଲଗର ଜ୍ୟୋତି ମଲହୋତ୍ରାଙ୍କ ନାମ ବର୍ତ୍ତମାନ ଗଭୀର ବିବାଦରେ ନଜରକୁ ପଡ଼ିଛି। ଜଣେ ଅନ୍ୟ ଯୁବ ଭ୍ଲଗର – ପୁରୀର ପ୍ରିୟଙ୍କା ସେନାପତି – ଓ ଜ୍ୟୋତିଙ୍କ ମଧ୍ୟରେ ଯୋଗାଯୋଗ ଥିବା ବିଷୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି।

ପ୍ରିୟଙ୍କାଙ୍କର ପାକିସ୍ତାନ ଯାତ୍ରା, ଖାସକରି କର୍ତ୍ତାରପୁର ଯାତ୍ରା ନେଇ ପ୍ରଶ୍ନ ଉଠିଛି – ସେ କାହିଁକି ଯାଇଥିଲେ? ଜ୍ୟୋତିଙ୍କ ସହ ଯାତ୍ରା ପୂର୍ବରୁ ସମ୍ପର୍କ କି ଥିଲା? ସେ କି ବିଶେଷ କୌଣସି ପରାମର୍ଶ ଦେଇଥିଲେ?

ଏହି ସବୁ ପ୍ରଶ୍ନକୁ ନେଇ ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଓ ପୁରୀ ପୋଲିସ ଦ୍ୱାରା ପଚରାଉଚରା ଚାଲିଛି। ପ୍ରିୟଙ୍କାଙ୍କ ଘରକୁ ଅତିରିକ୍ତ ଏସ୍ପି ଓ ସିଟି ଡିଏସପି ପହଞ୍ଚି ତାଙ୍କୁ ଏକାଧିକ ପ୍ରଶ୍ନରେ ଜେରା କରିଛନ୍ତି।

ଜ୍ୟୋତି ମଲହୋତ୍ରା ଗିରଫ: ଭାରତୀୟ ସେନା ଗୁପ୍ତ ତଥ୍ୟ ପାକିସ୍ତାନକୁ?

ହରିୟାଣା ପୋଲିସ ସୂଚନା ଅନୁଯାୟୀ, ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗତ ଦିନେ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ସେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଯେଉଁଥିରେ ଭାରତୀୟ ସେନା ଓ ଶ୍ରୀମନ୍ଦିର ସମ୍ପର୍କିତ ଭିତରିନିମ୍ନ ତଥ୍ୟ ଥିବା ସନ୍ଦେହ ରହିଛି, ପାକିସ୍ତାନକୁ ଲିକ୍ କରିଥିବା ଅନୁମାନ ରହିଛି।

ସ୍ଥାନୀୟଙ୍କ ମତ

ପୁରୀର କିଛି ବାସିନ୍ଦା

୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା । ଜ୍ୟୋତି ପୁରୀ ଆସିବା ପରେ ପ୍ରିୟଙ୍କା କର୍ତ୍ତାରପୁର ଯାଇଥିଲେ । ତେବେ  ପ୍ରିୟଙ୍କା କର୍ତ୍ତାରପୁର ଯିବା ପାଇଁ ଜ୍ୟୋତିଙ୍କ ପରାମର୍ଶ ନେଇଥାଇପାରନ୍ତି ବା ଜ୍ୟୋତି ତାଙ୍କୁ ସାହାଯ୍ୟ କରିଥାଇପାରନ୍ତି ବୋଲି ସନ୍ଦେହ ଉପୁଜିଛି । ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ଓ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେବଳ ପୁରୀ ନୁହେଁ, ପହଲଗାମ ସମେତ ବାହାର ରାଜ୍ୟରେ ବୁଲିଥିବା ସମୟର ଉଭୟଙ୍କ ଏକାଧିକ ଫଟୋ ରହିଛି । 

ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, “ପୂର୍ବରୁ ଆମେ ପ୍ରିୟଙ୍କାଙ୍କ ପାଇଁ ଗର୍ବ ଅନୁଭବ କରୁଥିଲୁ । କାରଣ ସେ ବିଭିନ୍ନ ସ୍ଥାନ ଯାଇ ବ୍ଲଗ କରୁଥିଲେ । ପାକିସ୍ତାନ ବି ଯାଇଥିଲେ । ହେଲେ ଜ୍ୟୋତିଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ସେ ବିଷୟରେ ଆମେ ଜାଣିନାହୁଁ । ଆଶା କରୁଛୁ ସେପରି କିଛି ତଥ୍ୟ ସେ ଦେଇନଥିବ । ତଥାପି ଏନେଇ ତଦନ୍ତ କରାଯିବା ଆବଶ୍ୟକ । ତଦନ୍ତ ପରେ ସତ ସାମନାକୁ ଆସିବ ।” ସେପଟେ ପୁରୀ ଜଗନ୍ନାଥ ମନ୍ଦିରକୁ ଜ୍ୟୋତି ମଲହୋତ୍ରା ଆସିଥିଲେ । ଯଦି ସତରେ ପାକିସ୍ତାନକୁ ପୁରୀ ଶ୍ରୀମନ୍ଦିର ବିଷୟରେ ଯଦି କିଛି ତଥ୍ୟ ଲିକ୍ ହୋଇଥାଏ ତାହାକୁ ନେଇ ସନ୍ଦେହ ବଢୁଥିବାବେଳେ ଏହା ଏକ ସମ୍ବେଦନଶୀଳ ବିଷୟ । 

କିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କର ଖୋଳତାଡ। ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପରେ ପୁରୀ ପୋଲିସର ପଚରାଉଚରା। ପ୍ରିୟଙ୍କାଙ୍କ ଘରେ ଅତିରିକ୍ତ ଏସ୍‌ପି ଓ ସିଟି ଡିଏସପି ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି। ଜ୍ୟୋତିଙ୍କ ସହ ସଂପର୍କ ନେଇ ପ୍ରିୟଙ୍କାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ସେହିପରି ତାଙ୍କ ପରିବାର ସଦସ୍ୟଙ୍କୁ ବି ପଚରାଉଚରା ହେଉଛି। ଗତକାଲି ପ୍ରିୟଙ୍କାକୁ ଆଇବି ଜେରା କରିଥିଲା। 

ଏପଟେ ଝିଆରୀ ପ୍ରିୟଙ୍କାଙ୍କୁ ପଚରାଉଚରା ନେଇ ପ୍ରତିକ୍ରିୟା ରଖିଛନ୍ତି ବଡ଼ବାପା । କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ । ମାତ୍ର ଆମର ଝିଅ ଉପରେ ପୂରା ଭରସା ରହିଛି । ସେ ସେପରି ଝିଅ ନୁହେଁ, ଯଦି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ । ପ୍ରିୟଙ୍କା ପାକିସ୍ତାନ ଯାଇଥିବା କଥା ମୁଁ ଜାଣିଛି । ପାକିସ୍ତାନକୁ ନେଇ ଆମ ରକ୍ତ ଏବେ ବି ତାତିକି ରହିଛି । ସରକାର ପାକିସ୍ତାନ ବିରୋଧରେ ଯେତେ କାର୍ଯ୍ୟାନୁଷ୍ଠାନ ନେବେ ଖୁସି ।

୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା। ଶ୍ରୀମନ୍ଦିର ଓ ଆଖପାଖରେ ସେ ଫଟୋ ଉଠାଇଥିଲେ। ତେଣୁ ଓଡ଼ିଶାର କିଛି ଗୁପ୍ତ ତଥ୍ୟ ପାକିସ୍ତାନକୁ ଲିକ୍ ହୋଇଛି କି ନାହିଁ ତାକୁ ନେଇ ସନ୍ଦେହ ବଢୁଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଜ୍ୟୋତି ମଲହୋତ୍ରାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ହରିୟାଣାର ହିସାର ପୋଲିସ। ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତି। କୁହାଯାଉଛି, ସେ ପାକିସ୍ତାନ ହାତରେ ଟେକି ଦେଇଛନ୍ତି ଭାରତୀୟ ସେନାର ବହୁ ଗୁରୁତ୍ବପୂର୍ଣ୍ଣ ଓ ଗୁପ୍ତ ତଥ୍ୟ।

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କର ଖୋଳତାଡ। ସେଣ୍ଟ୍ରାଲ  ଓ ଷ୍ଟେଟ ଇଣ୍ଟେଲିଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୋଲିସ । ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ ହୋଇଛି। ପୁରୀ ଏସପି ଏହି ଟିମକୁ ଲିଡ଼ କରୁଛନ୍ତି। ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୋଲିସ। ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ’ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଆରମ୍ଭ ହୋଇଛି ଛାନଭିନ ହୋଇଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡି ନଯିବାକୁ ନିର୍ଦ୍ଦେଶ ରହିଛି । ଏନେଇ ଓଡିଶା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସବୁ ଦିଗରୁ ତଦନ୍ତ ଚାଲିଥିବା କହିଛନ୍ତି ପୁରୀ ଏସପି। 

Leave a Reply

Your email address will not be published. Required fields are marked *